ଜଗତସିଂହପୁର : ଦେବୀ ନଦୀରେ ବୁଡିଗଲେ ୩ ଛାତ୍ର । ମାଛ ଗାଁ ନିକଟରେ ଗାଧୋଇବା ବେଳେ ବୁଡିଗଲେ । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ଉଦ୍ୟମ । ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର । ୨ ଜଣ ଏବେବି ନିଖୋଜ ଅଛନ୍ତି । ୪ ସାଙ୍ଗ ଗାଧୋଇବା ବେଳେ ବୁଡ଼ିଗଲେ ୩ ଜଣ । ୪ ଛାତ୍ର ଭୁବନେଶ୍ୱର ସତ୍ୟନଗର ସ୍ଥିତ ଏକ କଲେଜରେ ପାଠ ପଢୁଥିବା ସୂଚନା ରହିଛି। ୨ ଜଣ ସତ୍ୟନଗରର ଓ ଅନ୍ୟ ୨ ଜଣ ସ୍ଥାନୀୟ ଆମ୍ବଶାଳ ଗାଁର ସୂଚନା ରହିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରଖିଛି। ତେବେ ନଦୀରେ ପ୍ରଖର ସ୍ରୋତ କାରଣରୁ ତିନିଜଣ ଯୁବକ ଭାସିଯାଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
Views: 87