ନୂଆଦିଲ୍ଲୀ : ଭୟଙ୍କର ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ଯାହାଫଳରେ ପାକିସ୍ତାନ ପାଇଁ ଏଥର ରମଜାନ ବହୁତ କଷ୍ଟସାଧ୍ୟ ହୋଇପଡିଛି। ଦେଶର ଦୈନନ୍ଦିକ ବ୍ୟବହୃତ ଜିନିଷ ବ୍ୟତୀତ ଅଟା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ସେହିପରି କଦଳୀ, ଅଙ୍ଗୁର ଭଳି ଫଳ ଏବେ ସ୍ୱପ୍ନ ପରି ହୋଇଯାଇଛି। ଦେଶରେ ବର୍ତ୍ତମାନ କଦଳୀ ଓ ଅଙ୍ଗୁର ଯେଉଁ ମୂଲ୍ୟରେ ବିକ୍ରି ହେଉଛି, ତାହା ଜାଣିଲେ ଆପଣ ଆଶ୍ଚର୍ୟ୍ୟ ହୋଇଯିବେ। ଆନ୍ତର୍ଜାତୀୟ ମୁଦ୍ରାକୋଷ (ଆଇଏମ୍ଏଫ୍) ରୁ ଦେଶ ବହୁତ ଆଶା ରଖିଥିଲା, କିନ୍ତୁ ପାକିସ୍ତାନ ବଦଳରେ ଏହା ଶ୍ରୀଲଙ୍କାକୁ ସାହାଯ୍ୟ କରିବା ଭଲ ବୋଲି ଭାବିଥିଲା। ତେଣୁ ଭବିଷ୍ୟତରେ ଏହି ଦେଶରେ କ’ଣ ହେବ, ତାହା ବର୍ତ୍ତମାନ କେହି କହିପାରିବେ ନାହିଁ।
ପାକିସ୍ତାନରେ ଏକ ଡଜନ କଦଳୀର ଦାମ୍ ୫୦୦ ଟଙ୍କା ପର୍ୟ୍ୟନ୍ତ ପହଞ୍ଚିଯାଇଛି। ସେହିପରି ଅଙ୍ଗୁର କିଲୋଗ୍ରାମ ପିଛା ୧୬୦୦ ଟଙ୍କାରେ ବିକ୍ରି ହେଉଛି। ପିଆଜ ଦର ୨୨୮.୨୮ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ କି, ଅଟାର ଦାମ୍ ୧୨୦.୬୬ ପ୍ରତିଶତ ବୃଦ୍ଧି ପାଇଛି। ସେପଟେ ଦେଶରେ ଡିଜେଲ ବର୍ତ୍ତମାନ ୧୦୨.୮୪ ପ୍ରତିଶତ ଏବଂ ପେଟ୍ରୋଲ ୮୧.୧୭ ପ୍ରତିଶତ ମୂଲ୍ୟରେ ମହଙ୍ଗା ବିକ୍ରି ହେଉଛି। ସେହିପରି ଯଦି ଆମେ ଅଣ୍ଡା କଥା ଦେଖିବା, ତେବେ ଏହାର ମୂଲ୍ୟରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଆସିଛି। ପାକିସ୍ତାନର ଆର୍ଥିକ ସଙ୍କଟ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି।
ଆର୍ଥିକ ସଙ୍କଟରେ ଫସିଛି ପାକିସ୍ତାନ, ରମଜାନରେ ସ୍ଥିତି ଭୟଙ୍କର!
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











