ହରଭଙ୍ଗା : ଦୁର୍ଘଟଣା ପରେ ୧୦ ଫୁଟ ତଳକୁ ଖସିଲା କାର । ମାଡିଗଲା କାର୍ । ଫଳରେ ଏଥିରେ ଜଣେ ମୃତ, ଦୁଇ ଗୁରୁତର ହୋଇଛନ୍ତି । ଲୋକଙ୍କୁ ଧକ୍କା ଦେବା ପରେ କାରଟି ଏକ ଗ୍ୟାରେଜ ଉପରେ ମାଡି ଯାଇଥିଲା । ଫଳରେ ୪ରୁ ଉର୍ଦ୍ଧ୍ବ ମୋଟରସାଇକେଲ ଭାଙ୍ଗି ଚୁନା ହୋଇଯାଇଥିଲା । ଖୋର୍ଦ୍ଧା ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ଚମ୍ପାପୁର ଛକରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ଚମ୍ପାପୁର ଗାଁର ସତ୍ୟଭାମା ମେହେର ।କାରରେ ଥିବା ଦୁଇ ଜଣ ବ୍ୟକ୍ତି ଗ୍ରାମବାସୀ ଅଟକ ରଖିଥିବାବେଳେ ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
Views: 28