ନୂଆଦିଲ୍ଲୀ : ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ । ମହାକୁମ୍ଭର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଲେ । ଉତ୍ତର ପ୍ରଦେଶ ପ୍ରଶାସନ ଓ ଜନତାକନ ଧନ୍ୟବାଦ ଜଣାଇଲେ । ମହାକୁମ୍ଭ ଜରିଆରେ ରାଷ୍ଟ୍ରୀୟ ଚେତନାର ଦର୍ଶନ ହେଲା । ମହକୁମ୍ଭ ରୂପରେ ପୁରା ଦୁନିଆ ଭାରତ ଦର୍ଶନ କଲା । ଏହା ଶ୍ରଦ୍ଧାଳୁଙ୍କ ମହାକୁମ୍ଭ ଥିଲା। ମହାକୁମ୍ଭରେ ଆମେ ଜାତୀୟ ଚେତନାର ମହାନ ଜାଗରଣ ଦେଖିଲୁ। ଏହି ଜାତୀୟ ଚେତନା ଆମକୁ ନୂତନ ସଂକଳ୍ପ ହାସଲ କରିବାକୁ ପ୍ରେରଣା ଦେଇଛି।” ସେ ଆହୁରି ମଧ୍ୟ କହିଥିଲେ ଯେ, ଗତ ବର୍ଷ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ, ଆମେ ସମସ୍ତେ ଅନୁଭବ କରିଥିଲୁ ଯେ ଦେଶ ଆଗାମୀ ହଜାର ବର୍ଷ ପାଇଁ ପ୍ରସ୍ତୁତ ହେଉଛି। ଏଥର ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ସମାଗମ ଆମ ସମସ୍ତଙ୍କ ଚିନ୍ତାଧାରାକୁ ସତ କରିଛି। ମାନବ ଜୀବନର ଇତିହାସରେ ଏପରି ଅନେକ ମୋଡ଼ ଆସିଛି, ଯାହା ଭବିଷ୍ୟତ ପିଢ଼ି ପାଇଁ ଉଦାହରଣ ହୋଇଯାଏ।
Views: 25