ଭୁବନେଶ୍ୱର :ଓଡିଶା ଆସୁଛନ୍ତି ରାଷ୍ଟ୍ରପତି । ଆସନ୍ତା ୧୪ ଓ ୧୫ରେ ଦୁଇ ଦିନ ପାଇଁ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତି ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟସ୍କରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧୪ ଅପରାହ୍ମରେ ନୂଆଦିଲ୍ଲୀରୁ ସ୍ବତନ୍ତ୍ର ବାୟୁସେନା ବିମାନରେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ । ୨ ଦିନ ଧରି ଭୁବନେଶ୍ବର ଓ କଟକରେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବେ ।
Views: 15