The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ବିସ୍ଫୋରଣ ପରେ ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା କଡାକଡି

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି । ଉଭୟ ଆରାଇଭାଲ ଓ ଡିପାର୍ର ପାଖରେ ଚେକିଂକୁ ଅଧିକ ଗୁରୁତ୍ୱ । ଡିଜିସିଏ ନିଦେ୍ର୍ଦଶରେ ୩ ଦିନ ଯାଏଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । କ୍ୟୁଆରଟି ସାଙ୍ଗକୁ ବସ ସ୍କ୍ୱାର୍ଡ , ଡଗସ୍ୱାଡଙ୍କ ସର୍ଚ୍ଚ ଅପରେସନ । ନାକା ପୋଷ୍ଟ ଗୁଡିକ ନିକଟରେ ମଧ୍ୟ ସୁରକ୍ଷାକୁ ବଢେଇ ଦିଆଯାଇଛି ।
ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର ଅଞ୍ଚଳରେ ଆଲର୍ଟ ଜାରି ହୋଇଛି । ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ସମୁଦ୍ର କୂଳ ସବୁ ହାଇଆଲର୍ଟରେ ଅଛି । ପୁରୀର ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ସମୁଦ୍ରକୂଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଟକ ବାଲିଯାତ୍ରାରେ ବି ହାଇଆଲର୍ଟ ଜାରି ହୋଇଛି । ବିଭିନ୍ନ ସ୍ଥାନରେ ବ୍ଲକିଂ, ଚେକିଂକୁ ଜୋରଦାର କରିଛି ପୋଲିସ । ଚନ୍ଦ୍ରଭାଗା ଓ ବିଶ୍ୱଐତିହ୍ୟ କୋଣାର୍କ ସୂର୍ୟ୍ୟ ମନ୍ଦିରର ଚତୁଃପାର୍ଶ୍ଵ ଅଞ୍ଚଳରେ ହାଇ ଆଲର୍ଟ ।
ଓଡ଼ିଶାକୁ ହାଇ ଆଲର୍ଟ ପରେ ବାଲେଶ୍ବର ସହର ବିଭିନ୍ନ ଛକରେ ବ୍ଲକିଂ ଟେକିଂ କରାଯିବା ସହ ସମ୍ବେଦନଶୀଳ ଅଞ୍ଚଳ ତଥା ଆଇ ଟି ଆର୍ ଓ ଡି ଆର୍ ଡି ଓ ଆଦି ଅଞ୍ଚଳ ଗୁଡିକରେ ପୋଲିସ ରଖିଛି ତୀକ୍ଷ୍ଣ ନଜର । ଏହା ସହ ପୂର୍ବାଞ୍ଚଳ ପୋଲିସ ଅଧୀନରେ ଥିବା ୫ ସାମୁଦ୍ରିକ ଥାନା ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସାମୁଦ୍ରିକ ଥାନାର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ।
ରାଜନଗର ସାମୁଦ୍ରିକ ଥାନା ମଧ୍ୟ ହାଇ ଆଲର୍ଟରେ ରହିଛି । ଥାନା ଅଧିକାରୀଙ୍କ ନେତୃତ୍ୱରେ ତାଳଚୁଆ ଫେରି ଘାଟରେ ଚେକିଂ କରାଯାଉଛି । ଏହି ଫେରିଘାଟ ମଧ୍ୟ ଦେଇ ଅନେକ ସମୟରେ ଅନୁପ୍ରବେଶକାରିମାନେ ପ୍ରବେଶ କରିବାର ନଜିର ରହିଛି । ଏହି ସ୍ଥାନଟି ଉପକୂଳବର୍ତ୍ତି ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ବାହାର ରାଜ୍ୟର ସାନ୍ଦିଗ୍ଧ ପଶି ଆସିବାର ଆଶଙ୍କା ରହିଥାଏ ।
ପୁରୀ ଜଗନ୍ନାଥ ମନ୍ଦିର କୋଣାର୍କ ମନ୍ଦିରକୁ କଡାକଡ଼ି ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସେହିପରି ପୁରୀର ପ୍ରବେଶ ପଥ ପିପିଲି ଟୋଲ ଗେଟ ନିକଟରେ କଡାକଡ଼ି ଚେକିଂ କରୁଛି ପିପିଲି ପୋଲିସ । ପିପିଲି ଥାନା ଅଧିକାରୀ ସୋମେନ୍ଦ୍ର ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଥିବା ଟିମ୍ ପୁରୀକୁ ଆସୁଥିବା କାର ଓ ଯାନବାହାନକୁ କଡାକଡ଼ି ଚେକିଙ୍ଗ କରିବା ସହ ପଚାରଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login