The Ultimate Managed Hosting Platform
ADVERTISEMENT

Nuapada Byelection ; ୨ ଜଣ ପ୍ରିଜାଇଡିଂ ଅଫିସର ସସପେଣ୍ଡ

Facebook
Twitter
LinkedIn

ନୂଆପଡା : ୨ ଜଣ ପ୍ରିଜାଇଡିଂ ଅଫିସର ସସପେଣ୍ଡ । ସିନାପାଲ୍ଲୀ ୪୬ ନଂ ବୁଥର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ୱାଇଁ ସସପେଣ୍ଡ । ଭୋଟରଙ୍କ ଗୋପନୀତା ଉଲ୍ଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ । ପୂର୍ବରୁ କୁଳିଆବନ୍ଧ ୩୬ ନଂ ବୁଥର ଧନଞ୍ଜୟ ମଲ୍ଲିକ ସସପେଣ୍ଡ ହୋଇଥିଲେ । ଭୋଟରଙ୍କୁ ସହାୟତା ନାଁରେ ନିଜେ ଭୋଟ ଦେଇଥିଲେ ପ୍ରିଜାଇଡିଂ ଅଫିସର। ସିସିଟିଭି ଫୁଟେଜ୍ ଆଧାରରେ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ ଆହୁରି କହିଛନ୍ତି, ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ମତଦାନ ହୋଇଛି। ସବୁଆଡ଼େ ସୁରୁଖୁରୁରେ ମତଦାନ ଚାଲିଛି, ‘ଆଇନଶୃଙ୍ଖଳା ପରିସ୍ଥିତି ନେଇ ଖବର ନାହିଁ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି। ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି। ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ ପାର୍ଟିର ସଦସ୍ୟମାନେ ବାୟୁସେନା ପକ୍ଷରୁ ବ୍ୟବସ୍ଥିତ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇଛନ୍ତି। ନୂଆପଡ଼ାରେ ମୋଟ୍ ୨ ଲକ୍ଷ ୫୩ ହଜାର ୬୨୪ ଜଣ ମତଦାତା ନିଜର ନେତା ବାଛିବେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login