ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା । ବୁଡିଲା ରାସ୍ତାଘାଟ । ରାସ୍ତାଘାଟରେ ପାଣି ଜମିବାରୁ ଗମନାଗମନ ପ୍୍ରଭାବିତ । ଝଡ ତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ରାସ୍ତା ଅବରୋଧ । ଖରାପ ପାଗ ଯୋଗୁଁ ୧୦୦ରୁ ଉଦ୍ଧ୍ୱର୍ ବିମାନ ଉଡାଣ ପ୍ରଭାବିତ । ୨୫ଟି ବିମାନ ଗତିପଥରେ ପରିବର୍ତ୍ତନ ସୂଚନା । ଦିଲ୍ଲୀ ବିମାନବନ୍ଦର ଟର୍ମିନାଲ ୧ରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିମାନବନ୍ଦର ଚାରିପାଖରେ ପ୍ରବଳ ପାଣି ଜମି ରହିଛି । ବର୍ଷା ଯୋଗୁ ଦିଲ୍ଲୀରେ ଟ୍ରାଫିକ ସମସ୍ୟା ବି ସୃଷ୍ଟି ହୋଇଛି । ଝଡ଼ ଏବଂ ବର୍ଷା ଯୋଗୁ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ଯାତ୍ରା ପ୍ରଭାବିତ ହୋଇଛି । ସୂଚନା ଅନୁସାରେ ୨୫ରୁ ଅଧିକ ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଛି । ଅନେକ ବିମାନ ଆସିବାକୁ ବି ବିଳମ୍ବ ହେଉଛି । ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି । ଷ୍ଟ୍ରିଟ ଲାଇଟ ଜଳୁନାହିଁ । ବିଦ୍ୟୁର ଯୋଗାଣ ବାଧାପ୍ରାପ୍ତ ହୋଇଛି । ବହୁତ ସ୍ଥାନରେ ବିଦ୍ୟୁତ ସେବା ବନ୍ଦ ହୋଇଛି । ଶନିବାର ରାତିରୁ ଏହି ବର୍ଷା ଲାଗି ରହିଛି ।
ଦିଲ୍ଲୀରେ ପ୍ରବଳ ବର୍ଷା ; ବିମାନ ଉଡାଣ ପ୍ରଭାବିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











