ନୂଆଦିଲ୍ଲୀ : ବିଶ୍ୱର ଚତୁର୍ଥ ବୃହତ ଅର୍ଥନୈତିକ ଦେଶ ପାଲଟିଲା ଭାରତ । ଜାପାନିକ ଟପି ପଞ୍ଚମରୁ ୪ର୍ଥ ସ୍ଥାନକୁ ଉନ୍ନତୀ ହେଲା ଭାରତ । ଏନେଇ ସୂଚନା ଦେଲେ ନିତି ଆୟୋଗ ସିଇଓ । ଆମେରିକା, ଚୀନ ଓ ଜର୍ମାନୀ ପରେ ଭାରତ ୪ର୍ଥ ସ୍ଥାନରେ । ଆଇଏମଏଫର ତଥ୍ୟ ଅନୁସାରେ ଭାରତ ଏବେ ୪ର୍ଥ ସ୍ଥାନରେ ରହିଛି । ଏବେ ଆମେ ୪ ଟ୍ରିଲିୟନ ଡାଲାର ଅର୍ଥନୀତିରେ ପାଲଟିଛୁ । ଆଗାମୀ ୍ଢେଇରୁ ତିନି ବର୍ଷ ମଧ୍ୟରେ ତୃତୀୟ ବୃହତ ଅର୍ଥନୀତି ହୋଇପାରିବୁ । ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାର ଏହି ସ୍ଥାନ ହାସଲ କରିଛି । ଏବେ ଭାରତ ଆଗରେ ଅଛନ୍ତି ମାତ୍ର ୩ ଦେଶ, ଆମେରିକା, ଚୀନ ଓ ଜର୍ମାନୀ । ଗୋଟିଏ ପଟେ ଆମେରିକାର ଟାରିଫ୍ ଯୋଗୁଁ ବିଶ୍ବରେ ହଲଚଲ୍ ସୃଷ୍ଟି ହୋଇଛି । କିନ୍ତୁ ଏହି ପରିସ୍ଥିତିରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ମଧ୍ୟ ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ରୋକିପାରିଲା ନାହିଁ । ଖାଲି ଏତିକି ନୁହେଁ ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟ ଭାରତୀୟ ଅର୍ଥନୈତିକ ଅଭିବୃଦ୍ଧି ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ଭାରତ ଦୀର୍ଘ ସମୟ ଧରି ବିଶ୍ୱର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ହୋଇଆସିଛି ଏବଂ ଏବେ ଏହା ଜାପାନକୁ ପଛରେ ପକାଇଛି । ବିଶ୍ବବ୍ୟାଙ୍କରୁ ନେଇ ଆଇଏମଏଫ ପର୍ୟ୍ୟନ୍ତ ସମସ୍ତେ ଭାରତର ଜିଡିପି ଗ୍ରୋଥକୁ ମାନିଛନ୍ତି ।
ଭାରତ ୪ର୍ଥ ବୃହତ ଅର୍ଥନୈତିକ ଦେଶ ,ଜାପାନକୁ ଟପିଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











