The Ultimate Managed Hosting Platform
ADVERTISEMENT

ଦିଲ୍ଲୀର ୧୪ଟି ହସ୍ପିଟାଲରେ ନାହିଁ ଆଇସିୟୁ, କ୍ଲିନିକରେ ନାହିଁ ଶୈାଚାଳୟ

Facebook
Twitter
LinkedIn

ନୂଆଦିଲ୍ଲୀ : ଦିଲ୍ଲୀର ସ୍ୱାସ୍ଥ୍ୟସେବା ଭିତ୍ତିଭୂମି ଉପରେ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ସିଏଜି) ରିପୋର୍ଟ ଗତ ଛଅ ବର୍ଷ ମଧ୍ୟରେ ଗୁରୁତର ଆର୍ଥିକ କୁପରିଚାଳନା, ଅବହେଳା ଏବଂ ଦାୟିତ୍ୱହୀନତାକୁ ଉଜାଗର କରିଛି।ଅନେକ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ସେବା ନାହିଁ ବୋଲି ଉଲ୍ଲେଖ କରାଯାଇଛି। ରିପୋର୍ଟରେ ପ୍ରକାଶ ପାଇଛି ଯେ ଦିଲ୍ଲୀର ଅନେକ ହସ୍ପିଟାଲରେ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବାର ଘୋର ଅଭାବ ରହିଛି। ସହରର ୨୭ଟି ହସ୍ପିଟାଲ ମଧ୍ୟରୁ ୧୪ଟିରେ ଆଇସିୟୁ ସୁବିଧା ନାହିଁ। ସେହିପରି ୧୬ଟିରେ ରକ୍ତଭଣ୍ଡାର ନାହିଁ। ଏହା ବ୍ୟତୀତ ଆଠଟି ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ମଧ୍ୟ ନାହିଁ ବୋଲି ସୂଚନା ରହିଛି।୧୫ଟି ହସ୍ପିଟାଲରେ ଶବଗୃହ ନାହିଁ, ୧୨ଟି ହସ୍ପିଟାଲ ଆମ୍ବୁଲାନ୍ସ ସେବା ବିନା କାର୍ୟ୍ୟ କରୁଛି, ଅନେକ ମୋହଲ୍ଲା କ୍ଲିନିକରେ ଶୌଚାଳୟ, ପାୱାର ବ୍ୟାକଅପ୍ ଏବଂ ଚେକ୍-ଅପ୍ ଟେବୁଲ ଭଳି ଅତ୍ୟାବଶ୍ୟକୀୟ ସୁବିଧାର ଅଭାବ ରହିଛି। ଆୟୁଷ ଡିସପେନ୍ସରୀରେ ମଧ୍ୟ ସମାନ ଅଭାବ ରିପୋର୍ଟ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login