ଦିଗପହଣ୍ଡି : ଉସ୍ତପଲ୍ଲୀ ଗାଁରେ ଝାଡାବାନ୍ତିରେ ଆଉ ଜଣଙ୍କର ଜୀବନ ଯାଇଥିବା ଅଭିଯୋଗ । ଦିଗପହଣ୍ଡି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାନରେ ମୃତ୍ୟୁ । ଆୁ ୧୦ ଆକ୍ରାନ୍ତ ବ୍ରହ୍ମପୁର ଓ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି । ପାଣି ନମୁନା ସଂଗ୍ରହ କରି ଲ୍ୟାବକୁ ପଠାଯାଇଥିବା ସୂଚନା । ସୂଚନା ଅନୁସାରେ ପୂର୍ବରୁ ଡ଼ାଇରିଆରେ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ମୃତକଙ୍କ ପରିଚୟ ପ୍ରକାଶ ରଇତ, ଗତକାଲି ରାତିରେ ପ୍ରକାଶଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ପରେ ଗତକାଲି ବିଧାୟକ ଓ ପ୍ରଶାସନ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଝାଡାବାନ୍ତି ଏହି ଅଞ୍ଚଳରେ କିପରି ବ୍ୟାପିଲା ତାହାର ଯାଞ୍ଚ କରାଯାଉଛି ।
Views: 16