ସୋର : ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧ ମୃତ । ଖଇରା ଥାନା ପୂର୍ବପଡା ଗାଁରେ ଦଳିଦେଲା ଗୋଠଛଡା ହାତୀ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯ୍ଧବକ୍ତବ । ଘଟଣାସ୍ଥଳରେ ଔପଦା ବନ କର୍ମଚାରୀ । ଖଇରା ବ୍ଲକର ନଟାପଡା, ବଟେଶ୍ୱର, ମହତିପୁର, ଶୁଣ୍ଡିରା ଗଣ୍ଡିବେଡ଼ ଆଦି ଗାଁରେ ହାତୀ ପଶି ବ୍ୟାପକ କ୍ଷୟକ୍ଷତି କରିଛି । ୨ଦିନ ଧରି ହାତୀଟି ବିଭିନ୍ନ ଗାଁରେ ପଶି ହାତୀ ବିଭିନ୍ନ ଗଛ ଭାଙ୍ଗି ଉପଦ୍ରବ କରୁଛି । ହେଲେ କୁପାରି ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବା ଲୋକେ ଅଭିଯୋଗ ଆଣିଛନ୍ତି । ବନ ବିଭାଗର ଅବହେଳା ପାଇଁ ଅକାଳରେ ଗୋଟିଏ ନିରୀହ ଜୀବନ ଚାଲିଗଲା ।
Views: 63











