The Ultimate Managed Hosting Platform
ADVERTISEMENT

ଦରମା ବୃଦ୍ଧି ; ପୁନର୍ବିଚାର ପାଇଁ ବିଜେଡିର ନିବେଦନ

Facebook
Twitter
LinkedIn

ଭୁବନେଶ୍ୱର : ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି । ବିଜୁ ଜନତା ଦଳର ସଭାପତିଙ୍କ ନିଦେ୍ର୍ଦଶରେ ନିଷ୍ପତ୍ତି । ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ , ଉପମୁଖ୍ୟ ସଚେତକଙ୍କ ସୂଚନା । ଆମେ ସେ ସମୟରେ ସମର୍ଥନ କରିଥିଲୁ ଓ ବିଲ ପାରିତ ହୋଇଥିଲା । ଜନ ଅସନ୍ତୋଷକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରନ୍ତୁ ।
ଅନ୍ୟପଟେ ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି । ବୈଠକରେ ବିଧାୟକଙ୍କ ଦରମା ବୃଦ୍ଧି ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରସ୍ତାବ ଦେଇଛନ୍ତି ବିଜେପି ବିଧାୟକ । ଲୋକମତକୁ ସମ୍ମାନ ଜଣାଇ ପୁନର୍ବିଚାର ପାଇଁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ନିକଟରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବେ ନାହିଁ । ଏହି ଅର୍ଥକୁ ଓଡ଼ିଶାଙ୍କ ଗରିବ ଲୋକଙ୍କ ବିକାଶ କାର୍ୟ୍ୟରେ ଲଗାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login