ଭୁବନେଶ୍ୱର : ଦଳକୁ ଯୁବପିଢି ହିଁ ଆଗେଇ ନେବେ କହିଲେ ଦେବାଶିଷ ସାମନ୍ତରାୟ । ତାଙ୍କ କଟକ ଘରେ ଯୁବ ବିଜେଡି ନେତାଙ୍କ ମେଳି ନେଇ ଦେବାଶିଷଙ୍କ ପ୍ରତିକ୍ରିୟା । ଦଳକୁ ଏହି ଯୁବପିଢି ମାନେ ହିଁ ଆଗେଇ ନେବେ । ଏହି ମାନଙ୍କ ଉପରେ ଦଳ ନିର୍ଭର କରିବା କଥା । ଏହି ପିଢି ଦଳକୁ ଟେକ ଏଭର କଲେ ବିଜେଡି ଆଗକୁ ଆଗେଇବ । ନବୀନଙ୍କ ସ୍ୱପ୍ନ ସାକାର ପାଇଁ ଏମାନେ ହିଁ ମଙ୍ଗ ଧରିବେ । କାଲି ଦଳକୁ ଆସି ସର୍ବେସର୍ବା ହୋଇଯିବ ବୋଲି ଭାବିବା ଠିକ ନୁହେଁ । ଯୁବକ ମାନେ ଆଗେଇ ଆସିବା କଥା , ଦାୟିତ୍ୱ ନେବା କଥା । ଆଗାମୀ ପିଢି ସାମ୍ନାକୁ ଆସିବ , କେହି ଅଟକାଇ ପାରିବେନି । ନେତାଜୀ ଜୟନ୍ତୀ ଅବସରରେ ଛାତ୍ର ଯୁବ ବିଜେଡି ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ ଓ ପରେ ପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ରାଜାବଗିଚାସ୍ଥିତ ଘରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ମେଳି ଘଟଣା ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଏହି କାର୍ୟ୍ୟକ୍ରମରେ ସହର ବାହାରର ବହୁ ନେତା ସାମିଲ ହୋଇଥିବା ବେଳେ ମେୟର ସୁବାସ ସିଂହ, ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳଙ୍କ ଭଳି ଅନେକ ଆଗଧାଡ଼ିର ନେତାଙ୍କୁ ଦେଖିବାକୁ ନ ମିଳିବା ଚର୍ଚ୍ଚାର କାରଣ ହୋଇଛି।
ଦଳକୁ ଯୁବପିଢି ହିଁ ଆଗେଇ ନେବେ : ଦେବାଶିଷ ସାମନ୍ତରାୟ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











