ମୁମ୍ବାଇ : ମୁମ୍ବାଇର ୨ଟି ସ୍କୁଲକୁ ବୋମା ଧମକ । ଗୋଟିଏ ସ୍କୁଲ ଜାଗେଶ୍ୱରୀ-ଓସିୱାରା ଅଞ୍ଚଳରେ ଥିବା ବେଳେ ଅନ୍ୟଟି ନଭି ମୁମ୍ବାଇରେ ରହିଛି । ଇମେଲ ଜରିଆରେ ଏହି ଧମକ ମିଳିଛି । ଧମକପୂର୍ଣ୍ଣ ମେଲ ପାଇବା ପରେ ସ୍କୁଲ କର୍ତ୍ତୁପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଧିକାରୀମାନେ ପୂରା କ୍ୟାମ୍ପସରେ ଯାଞ୍ଚ ଆରମ୍ଭ କରିଦେଇଛନ୍ତି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ୍ ଏବଂ ଡଗ୍ ସ୍କ୍ୱାଡ ମଧ୍ୟ ଅଛନ୍ତି ।ଇମେଲରେ କୁହାଯାଇଛି ଯେ ଅଫଜଲ ନାମକ ଗ୍ୟାଙ୍ଗ୍ ସ୍କୁଲରେ ବୋମା ରଖିଛି । କିନ୍ତୁ ଉଭୟ ସ୍କୁଲରେ ଯାଞ୍ଚ ପରେ କୌଣସି ବି ସନ୍ଦିଗ୍ଧ ବସ୍ତୁ ମିଳିନାହିଁ । ପୋଲିସ ଇମେଲ୍ ପଠାଇଥିବା ଲୋକକୁ ଖୋଜାଖୋଜି କରୁଛି । ଆଜି ସକାଳ ପ୍ରାୟ ୧୦ଟାରେ ସ୍କୁଲକୁ ଇମେଲ୍ ଆସିଥିଲା । ଉଭୟ ସ୍କୁଲକୁ ଭିନ୍ନ ଭିନ୍ନ ଇମେଲ୍ ମାଧ୍ୟମରେ ଧମକ ଦିଆଯାଇଥିଲା ।
Views: 85











