ଭୁବନେଶ୍ୱର : ୱକଫ ବିଲକୁ ନେଇ ସସ୍ମିତଙ୍କୁ ଟାର୍ଗେଟ କଲେ ବଦ୍ରିନାରାୟଣ ପାତ୍ର । ୱକଫକୁ ନେଇ ଦଳରେ ବିଶ୍ୱାସର ସଙ୍କଟ ହେଲା କହିଲେ । ସନେ୍ଦହ ରହୁଛି, ପ୍ରଫୁଲ୍ଲ ସାମଲ ଆକ୍ସନ ଦାବି କରୁଛନ୍ତି । ସସ୍ମିତ ପାତ୍ର ଏତେ ବଡ ସାହସ କଲେ କେମିତି ବୋଲି କହିଲେ ବଦ୍ରି ପାତ୍ର । କିଏ ଗୋଟେ ଖେଳ କଲା, କେଉଁଠି ଖେଳ ହେଲା ଜାଣିବା ଆବଶ୍ୟକ । ନବୀନ ନିଦେ୍ର୍ଦଶ ଦେଇଥିଲେ, ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ବଦଳିଲା କେମିତି । ଦଳ ଏବେ ଧର୍ମ ସଙ୍କଟରେ । ସସ୍ମିତଙ୍କ କ୍ଷମତା ନାହିଁ ଦଳୀୟ ନିଷ୍ପତ୍ତିକୁ ପରିବର୍ତ୍ତନ କରିପାରିବେ । କିଏ ନିଷ୍ପତ୍ତି ବଦଳାଇଲା ସ୍ପଷ୍ଟ ହେବା ଦରକାର । ଦଳର ମର୍ଯ୍ୟାଦା ଉପରେ ଆଞ୍ଚ ଆଣିଛି ।
Views: 21