ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଲୁଟ ,ରାହାଜାନି, ଚୋରି, ଅପରାଧର ସଂଖ୍ୟା ବୃଦ୍ଧି ପାଉଛି । କିନ୍ତୁ ପୋଲିସର ହାତ ଖାଲି । ଲୁଟେରା ମାନଙ୍କ ଆଗରେ ପୋଲିସର କ୍ଷମତା ଯେମିତି ଶୂନ । ଆପଣଙ୍କୁ ଏ ଘଟଣା ଶୁଣିଲେ ଆଶ୍ଚ ର୍ଯ୍ୟ ଲାଗିବ ଯେ ଗୋଟିଏ ଗାଁରେ ଅଚେତ କରି ଲୁଟ୍ରା ମାନେ ଟଙ୍କା ଓ ସୁନା ଲୁଟ କରି ନେଇ ଯାଇଛନ୍ତି । ଏହି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମୃଗନୟନୀ ଗାଁ ରେ । ଗାଁରେ ପୁରାପୁରି ସିରିଜ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଗାଁର ସୁବାସ ନାୟକ, ଉମାକାନ୍ତ ରାଉତ, ରାଜେଶ ରାଉତଙ୍କ ଘରେ ଲୁଟ ହୋଇଛି । ଘରେ ପଶି କେମିକାଲ ସ୍ପ୍ରେ ବ୍ୟବହାର କରି ପରିବାର ଲୋକଙ୍କୁ ଅଚେତ କରି ପାଖାପାଖି ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ନଗଦ ତିନି ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ସୁବାସ ନାୟକ ନିଜ ପ୍ଲାଣ୍ଟରେ କାମ ସାରି ଘରକୁ ଫେରି ଶୋଇଥିଲେ । ନିଦ ଭାଙ୍ଗିଲା ପରେ ରୋଷେଇ ଘର ଲୁହ ଝରକା ତାଡି ଘରକୁ ପଶି ଗଡ଼ରେଜ ଭାଙ୍ଗି ସୁନା ରୁପା ସହ ନଗଦ ଦୁଇ ଲକ୍ଷ ଟଙ୍କା ଲୁଟ ହୋଇଥିଲା ଜାଣିଥିଲେ। ସେହିପରି ଉମାକାନ୍ତ ରାଉତଙ୍କ ମାଟି ଘରର ପଛ କବାଟ ତାଡି ଘରେ ପଶି ସୁନା ଅଳଙ୍କାର ସହ ଏକ ଲକ୍ଷ ସତୁରି ହଜାର ଟଙ୍କା ଲୁଟି ନେଇଛନ୍ତି । ଏପଟେ ରାଜେଶ ରାଉତଙ୍କ ଘର ତାଡି ମଧ୍ୟ ଲୁଟ କରିଛନ୍ତି ଲୁଟେରା । ମତୋ ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ କରୁଛି ।
ମାତିଲେ ଲୁଟେରା, ଗାଁରେ ସିରିଜ ଲୁଟ : ଅଚେତ କରି ନେଇଗଲେ ସୁନା ଓ ୨୫ ଲକ୍ଷ ଟଙ୍କା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











