The Ultimate Managed Hosting Platform
ADVERTISEMENT

‘ଦ କାଶ୍ମୀର ଫାଇଲସ୍‌’କୁନେଇ ଅମିରଙ୍କ ପ୍ରଶଂସା

Facebook
Twitter
LinkedIn

ନୂଆଦିଲ୍ଳୀ : ‘ଦ କଶ୍ମୀର ଫାଇଲ୍ସ’ ସିନେମା ଜଗତରେ ଚାଞ୍ଚଲ୍ୟ ଖେଳେଇଛି । ‘ଦ କଶ୍ମୀର ଫାଇଲ୍ସ’ ଯେବେଠୁ ରିଲିଜ୍ ହୋଇଛି ଫିଲ୍ମଟି ସିନେମାଘରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଫିଲ୍ମର ଇମୋସନାଲ ଏବଂ ଦମଦାର ବାସ୍ତବିକ କାହାଣୀ ଦର୍ଶକଙ୍କ ହୃଦୟରେ ଗଭୀର ପ୍ରଭାବ ପକାଇଛି। ଯାହା ମୁହଁରୁ ଶୁଣିବ କେବଳ ଫିଲ୍ମର ଚର୍ଚ୍ଚା ହେଉଛି। ସାଧାରଣ ଜନତାଙ୍କଠାରୁ ନେଇ ବଲିଉଡ ବଡ ବଡ କଳାକାର, ସମସ୍ତେ ଦ କଶ୍ମୀର ଫାଇଲ୍ସର ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏହି କ୍ରମରେ ବଲିଉଡର ପରଫେକ୍ଟନିଷ୍ଟ ଆମିର ଖାନ ମଧ୍ୟ ଫିଲ୍ମର ପ୍ରଶଂସା କରିବାକୁ ନିଜକୁ ରୋକି ପାରି ନାହାନ୍ତି । ନିକଟରେ ଅମିର ଖାନ କହିଛନ୍ତି, ପ୍ରତ୍ୟେକ ଭାରତୀୟଙ୍କୁ ଦ କଶ୍ମୀର ଫାଇଲ୍ସ ନିଶ୍ଚୟ ଦେଖିବା ଉଚିତ୍। ଅମିର ଖାନ ଏବଂ ଆଲିଆ ଭଟ୍ଟ ଗତ ଦିନରେ ଫିଲ୍ମ ଆରଆରଆର ପାଇଁ ଦିଲ୍ଲୀରେ ଏକ ପ୍ରୋଗ୍ରାମ୍‌ରେ ଯୋଗ ଦେଇଥିଲେ। ଇଭେଣ୍ଟରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ଅମିର ଖାନଙ୍କୁ ଦ କାଶ୍ମୀର ଫାଇଲ୍ସକୁ ନେଇ ତାଙ୍କର ମତାମତ ପଚରା ଯାଇଥିଲା। ଏହା ଉପରେ କହିଛନ୍ତି, ଏହି ଫିଲ୍ମ ମୁଁ ନିଶ୍ଚୟ ଦେଖିବିଟ୍ଟଏହା ଇତିହାସର ଏମିତି ଏକ ଅଂଶ ଯାହା ହୃଦୟକୁ ଦୋହଲାଇବା ସହ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କଶ୍ମୀରୀ ପଣ୍ଡିତଙ୍କ ସହ ଯାହା ଘଟିଛି, ତାହା ଦୁଃଖଦାୟକ ଏବଂ ଏହା ଉପରେ ନିର୍ମିତ ହୋଇଥିବା ଏହି ଫିଲ୍ମକୁ ପ୍ରତ୍ୟେକ ଭାରତୀୟ ଦେଖିବା ଉଚିତ୍ ବୋଲି ଅଭିନେତା କହିଛନ୍ତି । ଏହା ସହ ଆହୁରି ମଧ୍ୟ ଫିଲ୍ମର ସବୁଠୁ ସୁନ୍ଦରତା ହେଉଛି ଏହି ଫିଲ୍ମ ସେହି ଲୋକଙ୍କ ଭାବନାକୁ ଛୁଇଁଛି ଯେଉଁମାନେ ମାନବିକତା ଉପରେ ବିଶ୍ଵାସ ରଖନ୍ତି। ମୁଁ ନିଶ୍ଚୟ ଏହି ଫିଲ୍ମ ଦେଖିବି ଏବଂ ଫିଲ୍ମଟି ଖୁବ୍ ସଫଳତା ହାସଲ କରିଛି ସେଥିପାଇଁ ମୁଁ ବହୁତ ଖୁସି କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login