ଭୁବନେଶ୍ୱର : ଥିପୁରି ତିରୁପତିଙ୍କୁ ମାଓ ସଂଗଠନ ଦାୟିତ୍ୱ । ଥିପୁରି ତିରପୁତିଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ । ବାସବରାଜୁଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ପଦବୀ । ମାଓବାଦୀଙ୍କ ସେଣ୍ଟ୍ରାଲ ମିଲିଟାରି କମାଣ୍ଡ ମୁଖ୍ୟ ଥିଲେ ଥିପୁରି । ଖାଲି ସେତିକି ନୁହେଁ ସେ କେନ୍ଦ୍ରୀୟ କମିଟି ସଦସ୍ୟ, ପୋଲିତ ବ୍ୟୁରୋ ସଦସ୍ୟ, ସେଣ୍ଟ୍ରାଲ ରିଜିଓନାଲ ବ୍ୟୁରୋ ସଦସ୍ୟ ମଧ୍ୟ ଥିଲେ । କମ୍ୟୁନିକେସନ ଇନଚାର୍ଜ ସହ ଦକ୍ଷିଣ ସବ ଜୋନାଲ ବ୍ୟୁରୋ ଦାୟିତ୍ବ ମଧ୍ୟ ରହିଥିଲା । ତେଲେଙ୍ଗାନା ଜଗତିଆଲ ଜିଲ୍ଲାର ଥିରୁପତି । ୩ ଦଶକ ଧରି ସଂଗଠନ ସହ ଜଡ଼ିତ । ତାଙ୍କ ବୟସ ପ୍ରାୟ ୬୫ ବର୍ଷ ହେବ । ୨୦୧୦ ଦାନ୍ତେୱାଡା ୬୫ ସିଆରପିଏଫ୍ ଯବାନଙ୍କ ହତ୍ୟାକାଣ୍ଡ ଘଟଣାର ସେ ମାଷ୍ଟରମାଇଣ୍ଡ । ୨୦୦୭ ରାଣୀବୋଦଲି ୫୫ ଯବାନଙ୍କ ହତ୍ୟା ଘଟଣାରେ ମଧ୍ୟ ସମ୍ପୃକ୍ତ ।
Views: 196