ଭୁବନେଶ୍ୱର : ଏଥର ବିଳମ୍ବରେ ଆସିଲା ଶୀତ । କିନ୍ତୁ ଏବେ ଜୋର ଶୀତ କଲାଣି । ଆଗକୁ ଆହୁରି ଥରାଇବ । ୧୫ ଡିଗ୍ରୀ ତଳେ ରହିଛି ୧୬ ସହର । ବିଶେଷ କରି ଆଭ୍ୟନ୍ତରୀଣ ଅଞ୍ଚଳରେ ହାଡଭଙ୍ଗା ଶୀତ ହେଉଛି । ଗତକାଲି ଫୁଲବାଣୀ ସହର ଥିବା ସବୁଠୁ ଥଣ୍ଡା । ଏଠାରେ ତାପମାତ୍ରା ଥିଲା ୧୦ ଦଶମିକ ୫ ଡିଗ୍ରୀ ସେଲସିୟସ । ଡିସେମ୍ବର ଓ ଜାନୁଆରୀରେ ଅଧିକ ଶୀତ ପଡିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବର୍ତ୍ତମାନ ରାତିର ତାପମାତ୍ରା ସ୍ୱାଭାବିକ ଠାରୁ ୧ରୁ ୨ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି । ଭୁବନେଶ୍ୱର ଓ କଟକର ତାପମାତ୍ରା ୧୬.୦୮ ଡିଗ୍ରୀ ରେକର୍ଡ ହୋଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖାଦେବ ବୋଲି ଆଗୁଆ ସତର୍କ କରିଛି ପାଣିପାଗ ବିଭାଗ ।
Views: 36