The Ultimate Managed Hosting Platform
ADVERTISEMENT

ତ୍ରିଶୁଳିଆ ବ୍ରିଜରେ ଅଜଣା ସ୍କୁଟି, ଚାଳକ ନିଖୋଜ

Facebook
Twitter
LinkedIn

କଟକ: ତ୍ରିଶୁଳିଆ ବ୍ରିଜରେ ଚାବି ଲାଗିଥିବା ନାଲି ସ୍କୁଟିକୁ ନେଇ ଚର୍ଚ୍ଚା । ବ୍ରିଜ ଉପରେ ସ୍କୁଟି ସହ ରହିଛି ଚପଲ । ସ୍କୁଟି ଆରୋହୀଙ୍କ ମିଳୁନି ପତ୍ତା । ସ୍କୁଟି ଚାଳକଙ୍କ ପରିଚୟ ମିଳିଛି। ସ୍କୁଟି ଚାଳକ ଜଣକ ହେଲେ କଟକ ନୂଆ ବଜାର ଅଞ୍ଚଳର ମମତା ସାହୁ ବୋଲି ଜଣାପଡିଛି। ସେ ଏକ ଘରୋଇ ସ୍କୁଲରେ ପଠା ପଢ଼ାନ୍ତି । ବୁଧବାର ସକାଳୁ ସେ ସ୍କୁଟି ନେଇ ଘରୁ ଆସିଥିଲେ ହେଲେ ଆଉ ଘରକୁ ଫେଟିନଥିଲେ । ପରିବାର ଲୋକେ ବହୁ ଖୋଜା ଖୋଜି କରିଥିବାବେଳେ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ।
ସେପଟେ ସକାଳୁ ବହୁତ ସମୟ ଧରି ବ୍ରିଜ ଉପରେ ସ୍କୁଟି ଓ ଚପଲ ଏବଂ ସ୍କୁଟି ଚାବି ଲାଗିଥିବା ଦେଖି ସ୍ଥାନୀୟ ଲୋକେ ମର୍କତନଗର ଥାନାକୁ ଜଣାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପଚରା ଉଚରା କରିବା ସହ ଗାଡ଼ି ନମ୍ବର ଯାଞ୍ଚ କରିଥିଲା । ଯାଞ୍ଚ କରିବା ପରେ ସ୍କୁଟି ଚାଳକ ଜଣକ କଟକ ନୂଆ ବଜାର ବୋଲି ଜାଣିବାକୁ ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଞ୍ଚି ସ୍କୁଟି ଓ ଚପଲକୁ ଚିହ୍ନଟ କରିଥିବା ବେଳେ ପରିବାରରେ କୌଣସି ମାନମାଳିନ ନଥିବା କହିଛନ୍ତି ପରିବାର ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login