ନୂଆଦିଲ୍ଲୀ : ତାଇୱାନରେ ଏକ ବଡ଼ ଧରଣର ଭୂକମ୍ପ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏବଂ ମଙ୍ଗଳବାର ସକାଳେ ତାଇୱାନର ଶୌଫେଙ୍ଗ ଟାଉନସିପ୍, ହୁଆଲିନ୍ କାଉଣ୍ଟିରେ ସୋମବାର ୯ ମିନିଟ୍ ମଧ୍ୟରେ ୫ଟି ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ୬.୩ ତୀବ୍ରତା ବିଶିଷ୍ଟ ବୋଲି ଜଣାପଡ଼ିଛି। ତାଇପେଇ ସମେତ ଉତ୍ତର, ପୂର୍ବ ଏବଂ ପଶ୍ଚିମ ତାଇୱାନର ବୃହତ ଅଂଶଗୁଡିକରେ ବିଲ୍ଡିଂଗୁଡିକ ଏହି ଭୂକମ୍ପରେ ପ୍ରଭାବିତ ହୋଇଛି। ପୂର୍ବରୁ ଏହି ଅଞ୍ଚଳରେ ଏପ୍ରଲ୍ ୩ ତାରିଖରେ ୭.୨ ତ୍ରୀବ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ଜଣଙ୍କ ଜୀବନ ଯାଇଥିଲା।
Views: 56