କାମାକ୍ଷାନଗର : ପରଜଙ୍ଗ ତହସିଲଦାରଙ୍କୁ ପିଟିଲେ ମାଟି ମାଫିଆ । ତହସିଲଦାର ସିଏସ ପଟେଲଙ୍କ ମୁହଁ ଓ ମୁଣ୍ଡରେ ଆଘାତ । ଆକ୍ରମଣରେ ପରଜଙ୍ଗ ଆରଆଇ ଓ କନିଷ୍ଠ କିରାଣୀ ଆହ । ଆହତ ୩ ଜଣ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି । ବେଆଇନ ମାଟି ଚାଲାଣ ବେଳେ ତହସିଲଦାର ରେଡ୍ କରିଥିଲେ । ପଥରଖମ୍ବ ଗାଁ ନିକଟରେ ତହସିଲଦାରଙ୍କୁ ପିଟିଲେ ମାଫିଆ । ଘଟମାସ୍ଥଳରୁ ଏକ ଟ୍ରାକ୍ଟର ଜବତ କଲା ପୋଲିସ । ମାଫିଆ ଚମ୍ପଟ ମାରିଥିବା ସୂଚନା । ଏହି ଘଟଣାରେ ୮ରୁ ୧୦ ଜଣ ସାମିଲ ଥିବା ସୂଚନା ମିଳିଛି ।ଖବର ପାଇ ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଓ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ମେଡିକାଲରେ ପହଞ୍ଚି ତହସିଲଦାରଙ୍କ ସହ ଆଲୋଚନା କରିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଥିବା ବେଳେ ଗୋଟିଏ ଟ୍ରାକ୍ଟରକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରହିଛି।
Views: 90