The Ultimate Managed Hosting Platform
ADVERTISEMENT

ବିବାହ ପରେ ପ୍ରଥମ ଫିଲ୍ମରେ ଏକାଠି ନଜର ଆସିବେ କିଆରା ଓ ସିଦ୍ଧାର୍ଥ

Facebook
Twitter
LinkedIn

ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ କିଆରା ଆଡଓ୍ଵାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅନ୍ୟତମ । ଚଳିତ ବର୍ଷ ଫେବୃଆରୀ ମାସରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇ ଜଣଙ୍କ ବିବାହରେ ଖୁବ ଖୁସି ଥିଲେ ପ୍ରଶଂସକ । ଏହି ଯୋଡ଼ିଙ୍କୁ ପୁଣି ଥରେ ପରଦାରେ ଦେଖିବା ପାଇଁ ଫ୍ୟାନ୍ସମାନେ ଆଗ୍ରହ ପ୍ରକାଶ କରିଥିଲେ । ‘ଶେରଶାହା’ ଚଳଚ୍ଚିତ୍ରରେ ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ତେବେ ଫ୍ୟାନ୍ସ ମାନଙ୍କୁ ଏହି ଯୋଡ଼ିଙ୍କୁ ଚଳଚ୍ଚିତ୍ରରେ ଦେଖିବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କିଆରା ଏବଂ ସିଦ୍ଧାର୍ଥ ବିବାହ ପରେ ବଲିଉଡର ନିଜର ପ୍ରଥମ ଚଳଚ୍ଚିତ୍ରର ସୁଟିଙ୍ଗ ଆରମ୍ଭ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଚଳଚ୍ଚିତ୍ର ଶଶାଙ୍କ ଖେତାନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login