The Ultimate Managed Hosting Platform
ADVERTISEMENT

ଡଷ୍ଟରରେ ପିଟି ଛାତ୍ରର ମୁଣ୍ଡ ଫଟାଇଲେ ଶିକ୍ଷକ

Facebook
Twitter
LinkedIn

ଦେଓଗାଁ : ଡଷ୍ଟରରେ ପିଟି ଛାତ୍ରର ମୁଣ୍ଡ ଫଟାଇଲେ ଶିକ୍ଷକ । ବିଦ୍ୟାଳୟକୁ ଦଣ୍ଡମୁକ୍ତକରିଛନ୍ତି ସରକାର। ହେଲେ ଏଠି ବିଶୃଙ୍ଖଳା କରିଛନ୍ତି ଶିକ୍ଷକ । ଶିକ୍ଷକଙ୍କ ଡଷ୍ଟର ମାଡ଼ରେ ଜଣେ ଛାତ୍ରର ମୁଣ୍ଡ ଫାଟିଥିବାର ଜଣାପଡ଼ିଛି। ଏନେଇ ମୁଣ୍ଡ ଫାଟିଥିବା ଛାତ୍ରଙ୍କର ବାପା ଶିକ୍ଷା ବିଭାଗଠାରେ ଗୁହାରି କରିବା ପରେ ପୁଲିସ ନିକଟରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି। ଦେଓଗାଁ ବ୍ଲକ ଅନ୍ତର୍ଗତ ଦେଶଣ୍ଡ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ଗତକାଲି ଶ୍ରେଣୀ କୋଠରୀ ଭିତରେ ପାଠ ପଢ଼ାଉଥିବା ସମୟରେ ସମୃକ୍ତ ଶିକ୍ଷକ ଜଣଙ୍କ ରାଗରେ ଛାତ୍ରଙ୍କୁ ଲକ୍ଷ କରି ଡଷ୍ଟର ଫିଙ୍ଗିବାରୁ ମୁଣ୍ଡରେ ବାଜି ରକ୍ତସ୍ରାବ ହୋଇଥିଲା। ଏନେଇ ଛାତ୍ରଜଣଙ୍କ ନିଜ ଘରେ ଜଣାଇବା ପରେ ତାଙ୍କ ପରିବାର ଲୋକେ ପ୍ରଧାନ ଶିକ୍ଷକଙ୍କ ଅଭିଯୋଗ କରି ଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏନେଇ ଦେଓଗାଁ ବିଇଓ ମମତା ମହାଡିକଙ୍କୁ ପଚାରିବାରୁ ତଦନ୍ତ କରି କାର୍ୟ୍ୟାନୁଷ୍ଠାନ କରାଯିବ ବୋଲି କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login