ଭୁବନେଶ୍ୱର : ବିଜେଡିକୁ ନେଇ ଢାଲିଙ୍କ ମନ୍ତବ୍ୟରେ ଘିଅ ଢାଳିଲେ ଅମର ଶତପଥୀ । ଦଳର ଆମୂଳଚୂଳ ସଂଗଠନ ଠିକ ନ କଲେ ଆଗକୁ ଅନେକ ଅଘଟଣ ଘଟିବ । ଆମ ସମସ୍ତଙ୍କର ଏ ଦିଗରେ ଅନୁଭବ ରହିଛି । ସଂଗଠନ ଠିକ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି , ଦେଖାଯାଉ କଣ ହେଉଛି । ତେବେ ମମତା ମହାନ୍ତ ବିଜେପିରେ ମିଶିବାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ବିଜେପି ନେତା ଆରବିନ୍ଦ ଢାଲି । । ବିଜେଡି ବସା ଖାଲି ହୋଇଯିବ କହଥିିଲେ ଢାଲି । ଭବିଷ୍ୟତରେ ବିଜେଡି ରହିବନି , ଚାହିଁଲେ ବି ରଖିପାରିବେନି । ଜୟଦେବ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅରବିନ୍ଦ ଢାଲି କହିଛନ୍ତି ଯେ, ଭବିଷ୍ୟତରେ ବିଜେଡି ଆଉ ରହିବନି, ଖଣ୍ଡବିଖଣ୍ଡିତ ହେଇଯିବ । ବିଜେଡି ବସା ଖାଲି ହେଇଯିବ । ହେଲେ ବିଜେପି ହେଉଛି ଜାତୀୟ ଦଳ । ଜାତୀୟ ଦଳର କେବେ ବି ବିଲୟ ହୁଏନି ବୋଲି କହିଛନ୍ତି ଅରବିନ୍ଦ ଢାଲି। ୨୫ ବର୍ଷ ଶାସନରେ ବିଜେଡି କିଛି କରିପାରିନଥିଲା । ଏବେ ବିଜେପି ନିଜ ପ୍ରତିଶ୍ରୁତି ମୁତାବକ କାମ କରୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକଙ୍କ ଅଭିଯୋଗ ଶୁଣିବା ସହ ୨୪ ଘଣ୍ଟା କାମ କରୁଛନ୍ତି । ସବୁ କାମ ଦ୍ରୁତ ଗତିରେ ଆଗେଇ ଚାଲିଛି । ଏ ସରକାର ୫ ବର୍ଷ ଭିତରେ ସବୁ ପ୍ରତିଶ୍ରୁତି ପୂରଣ କରିବ ବୋଲି ସେ କହିଛନ୍ତି ।
ଢାଲିଙ୍କ ନିଆଁରେ ଘିଅ ଢାଳିଲେ ଅମର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











