ନୂଆଦିଲ୍ଲୀ : ଡମ୍ପର ଓ ପିକଅପ ମୁହାଁମୁହିଁ ଧକ୍କା । ମଧ୍ୟପ୍ରଦେଶର ଭଇଣ୍ଡ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୩ ମହିଳାଙ୍କ ସହିତ ୫ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଘଟଣାଟି ସକାଳ ୫ଟାରେ ଜବାହରପୁରା ଗାଁ ନିକଟରେ ହୋଇଛି । ଦୁଘର୍ଟଣାର ଶିକାର ହୋଇଥିବା ଲୋକ ଏକ ବିବାହ ଉତ୍ସବରୁ ଫେରୁଥିଲେ ବୋଲି ଜଣାପଡିଛି ।ମଧ୍ୟପ୍ରଦେଶ ଭିଣ୍ଡରେ ବିବାହ ଉତ୍ସବ ସାରି ଫେରୁଥିବା ବେଳେ ପିକଅପ୍ ଭ୍ୟାନଟି ରାସ୍ତା କଡ଼ରେ ଛିଡାହୋଇଥିଲା । ଫଳରେ ଏଥିରୁ କିଛି ଲୋକ ବାହାରେ ରହିଥିଲେ ଆଉ କିଛି ଗାଡିରେ ବସିଥିଲେ । ଠିକ୍ ଏହି ସମୟରେ ହଠାତ୍ ଏକ ଦ୍ରୁତଗାମୀ ଡମ୍ପର ଆସି ପିକଅପ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା, ସେହିପରି ଅନ୍ୟ ୨ ଜଣ ପରେ ଜୀବନ ହାରିଥିଲେ । ଅନ୍ୟ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।ଏହି ଘଟଣାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିଜନଙ୍କୁ ୪-୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧-୧ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦-୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ।
ଡମ୍ଫର ଓ ପିକଅପ ଧକ୍କା, ୧୭ ଆହତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











