ଭୁବନେଶ୍ୱର : ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ମାମଲାରେ ଖୋଳତାଡ଼ କରୁଛି ସିବିଆଇ। ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ବାସଭବନରେ ଦିଲ୍ଲୀରୁ ଆସିଥିବା ସିବିଆଇର ୮ ଜଣିଆ ଟିମ୍ ପହଞ୍ଚି ରେଡ କରୁଛନ୍ତି । ପୂର୍ବରୁ ବିଷ୍ଣୁପଦ ସେଠୀ ଓ ବ୍ରିଜ ଆଣ୍ଡ ରୁଫ କଂପାନୀ ଲିଙ୍କ ନେଇ ଏକ ତଥ୍ୟ ସାମ୍ନାକୁ ଆସିଥିଲା । କଂପାନୀର ଇଷ୍ଟ କୋଷ୍ଟ ଜିଏମ୍ ବି କେ ସିଂଙ୍କ ଏକ ଚିଠି ପ୍ରଘଟ ହୋଇଥିଲା । ଅନ୍ୟପଟେ ସିବିଆଇ ରେଡ୍ ନେଇ ମିଡିଆ ଆଗରେ ମୁହଁ ଖୋଲିଲେ ବିଷ୍ଣୁପଦ । ସେ କହିଛନ୍ତି ବ୍ରିଜ୍ ଆଣ୍ଡ ରୁଫ୍ ସହ ମୋର କିଛି ସମ୍ପର୍କ ନାହିଁ । ଚଞ୍ଚଲ ମୁଖାର୍ଜୀଙ୍କ ସହ ମଧ୍ୟ କିଛି ସମ୍ପର୍କ ନାହିଁ । ଏଥିରେ ମୋର କିଛି ଦୋଷ ନାହିଁ, ଷଡ଼ଯନ୍ତ୍ର ପରି ଲାଗୁଛି ବୋଲି ଆଇଏଏସ ବିଷ୍ଣୁପଦ ସେଠୀ କହିଛନ୍ତି । ଏହା ମଧ୍ୟ କହିଛନ୍ତି ମୋ ଘରେ ଜୋର ଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ଅନୁପସ୍ଥିତିରେ ରେଡ୍ ଚାଲିଛି । ସୂଚନା ଅନୁସାରେ ଗତବର୍ଷ ଡିସେମ୍ବର ୪ରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କୁ ଚିଠିଟି ଲେଖାଯାଇଥିଲା । ଯେଉଁଥିରେ ବି କେ ସିଂ ଓ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀ ଆଇଏଏସ ବିଷ୍ଣୁପଦଙ୍କୁ ଡିସେମ୍ବର ୫ ତାରିଖରେ ଭେଟିବାକୁ ସମୟ ମାଗିଥିଲେ ।
ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











