କଟକ : ବକେୟା ଦାବିରେ ଓଏସଆରଟିସି ବସ କର୍ମଚାରୀଙ୍କ ଆନେ୍ଦାଳନ । ବାଦାମବାଡି ବସ ଷ୍ଟାଣ୍ଡରେ ଆଉଟ ସୋର୍ସିଂ କର୍ମଚାରୀଙ୍କ ଧାରଣା । ବାଦାମବାଡି ବସ ଷ୍ଟାଣ୍ଡରୁ ସରକାରୀ ବସ ଚଳାଚଳ ବନ୍ଦ । କର୍ମଚାରୀଙ୍କ ପ୍ରତିବାଦ ପାଇଁ ସରକାରୀ ବସ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ବଢ଼ିଛି । ଏହି କର୍ମଚାରୀମାନଙ୍କୁ ଏକ ଘରୋଇ ଠିକା ସଂସ୍ଥା ପକ୍ଷରୁ ନିଯୁକ୍ତ କରାଯାଇଥିବା ବେଳେ ସେମାନଙ୍କୁ ଫେବ୍ରୁଆରୀ ମାସର ଦରମା ମିଳି ନାହିଁ । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର ।
Views: 104











