ପାରାଦୀପ : ଟ୍ରେନ ଉପରେ ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର । ଅଠରବାଙ୍କୀ ରେଲୱେ ଓଭର ବ୍ରିଜ ଉପରେ ଅଘଟଣ । ପୋର୍ଟ ଭିତରୁ ଟ୍ରେନ୍ ରେ କୋଇଲା ଯାଉଥିବା ବେଳେ ଏପରି ଘଟଣା ଘଟିଛି । ନାବାଳକକୁ ଗୁରୁତର ଅବସ୍ଥାରେ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯଇଛି । ପାରାଦ୍ଵୀପ ଆଦର୍ଶ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସୂଚନା ଅନୁସାରେ ଆଠଗଡ଼ରେ କୋଇଲା ବୋଝେଇ ଟ୍ରେନରୁ ପାଲ ଚୋରୀ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଯାଇଥିଲେ ଯୁବକ । କଟକ ଆଠଗଡ଼ ଗୁରୁଡ଼ିଝାଟିଆ ରେଳ ଷ୍ଟେସନ୍ ପାର୍କିଂରେ ଏପରି ଘଟଣା ଘଟିଥିଲା ।
Views: 23