The Ultimate Managed Hosting Platform
ADVERTISEMENT

ଟ୍ରାକ୍ଟରକୁ ପଛରୁ ପିଟଲା ଯାତ୍ରୀବାହୀ ବସ

Facebook
Twitter
LinkedIn

ସମ୍ବଲପୁର : ଟ୍ରାକ୍ଟରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ୩ ଗୁରୁତର । ବର୍ତ୍ତିଲେ ୪୦ରୁ ଅଧିକ ଯାତ୍ରୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ରମ୍ପେଲା ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଦୁର୍ଘଟଣା ଘଟିଛି । ବସ୍ ରେ ପାଖାପାଖି ୪୦ରୁ ଅଧିକ ଯାତ୍ରୀ ଥିଲେ । ଝାରସୁଗୁଡ଼ାରୁ ସମ୍ବଲପୁର ଯାଉଥିବା ବସ୍ ଟି ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲା । ଟ୍ରାକ୍ଟର ଚାଳକ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଦୁର୍ଘଟଣାରେ ୩ ଜଣ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଛି । ସେପଟେ ବସରେ ଥିବା ଦୁଇ ଜଣ ଯାତ୍ରୀ ମଧ୍ୟ ଆହତ ହୋଇଥିଲେ । ରେଙ୍ଗାଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିବା ସହ ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login