ହାଇଦ୍ରାବାଦ ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ । ଶହେ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ହାଇଦ୍ରାବାଦ ପୋଲିସ । ଚାର୍ଜସିଟରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି । ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜସିଟରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି । ଅଲ୍ଲୁ ଅର୍ଜୁନଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜସିଟ ଦାଖଲ । ସନ୍ଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶା ଯାଇଛି । ୨୦୨୪ ଡିସେମ୍ବରରେ ଫଇଲ୍ମ ପୁଷ୍ପା-୨ର ପ୍ରିମିୟର ସୋ ବେଳେ ଦଳାଚକଟା ହୋଇଥିଲା । ଜଣେ ମହିଳାଙ୍କ ମୃତ୍ୟୁ ସହ ତାଙ୍କ ନାବାଳକ ପୁଅ ଗୁରୁତର ଆହତ ହୋଇଥିଲେ ।
Views: 63











