ଖଲ୍ଲିକୋଟ : ଟ୍ରକକୁ ପଛପଟୁ ପିଟିଲା ତୀର୍ଥଯାତ୍ରୀ ବସ୍, ୬ ଗୁରୁତର । ଖଲ୍ଲିକୋଟ ରମ୍ଭା ଥାନା NH-୧୬ ସୁବଳୟା ଠାରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତା କଡରେ ଟ୍ରକଟି ଛିଡା ହୋଇଥିବାବେଳେ ବସ୍ ଆସି ପଛପଟୁ ଧକ୍କା ଦେଇଥିଲା । ଆହତ ଯାତ୍ରୀଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ରେ ଥିବା ସମସ୍ତ ଯାତ୍ରୀ ଆନ୍ଧ୍ରପ୍ରଦେଶର ହୋଇଥିବା ସୂଚନା । ତୀର୍ଥଯାତ୍ରା ସାରି ଉତ୍ତରପ୍ରଦେଶରୁ ଆନ୍ଧ୍ରପ୍ରଦଶ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।
Views: 99











