The Ultimate Managed Hosting Platform
ADVERTISEMENT

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ୮ ଆହତ

Facebook
Twitter
LinkedIn

ଭଦ୍ରକ: ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ। ୮ ଜଣ ଆହତ। ଏପରି ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଟାଉନ ଥାନା ଅଧିନସ୍ଥ କଲ୍ୟାଣୀ ହୋଟେଲ ସମୁଖରେ। ଗତ କାଲି ରାତିରେ ଭୁବନେଶ୍ୱରରୁ କଲିକତା ଅଭିମୁଖେ ଗୋଟିଏ ଯାତ୍ରୀବାହୀ ବସ ପ୍ରାୟ ୧୫/୨୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ତେବେ ବସଟିର ଦ୍ରୁତ ଗତି ଦେଖି ଯାତ୍ରୀ ମାନେ ଧୀରେ ଧୀରେ ବସ ଚଳାଇବାକୁ ଡ୍ରାଇଭରକୁ କହିଥିଲେ। ପରେ ଯାତ୍ରୀମାନେ ନିଦରେ ଶୋଇଥିଲେ। ତେବେ ଡ୍ରାଇଭର ବସଟିକୁ ଦ୍ରୁତ ଗତିରେ ଆଣି କଲ୍ୟାଣୀ ହୋଟେଲ ସମୁଖରେ ଛିଡା ହୋଇ ଥିବା ଗୋଟିଏ ଟ୍ରକକୁ ହଠାତ ଜୋରରେ ଧକ୍କା ଦେଇଥିଲା। ଫଳରେ ବସରେ ଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଥିଲେ। ବସଟିର ଆଗ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଯୁବକ ମାନେ ବସ ଭିତରୁ ଆହତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଦ୍ରକ ଡାକ୍ତରଖାନାକୁ ଆଣି ଚିକିତ୍ସା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨ରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଅଛି। ତେବେ ଏହି ଯାତ୍ରୀମାନେ କଲିକତା ଅଭିମୁଖେ ଯାଉଥିଲେ। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ଅଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login