ଭୁବନେଶ୍ବର: ଏଥର ଜୁଲାଇ ନୁହେଁ, ଚଳିତମାସ ଶେଷ ସୁଦ୍ଧା ପ୍ରକାଶ ପାଇ ପାରେ ମାଟ୍ରିକ ପରୀକ୍ଷା ଫଳ । ସୁରୁଖୁରୁରେ ସରିଛି ମାଟ୍ରିକ ପରୀକ୍ଷା । ଆସନ୍ତା ସୋମବାରରୁ ଆରମ୍ଭ ହେବ ଖାତାଦେଖା । ୧୩ ଦିନ ଭିତରେ ସରିବ ଖାତା ଦେଖା । ପରୀକ୍ଷା ଫଳ ବାହାରିବା ପରେ ଜୁନ୍ ଦ୍ବିତୀୟ ସପ୍ତାହରୁ ଏକାଦଶ କ୍ଲାସ ଆରମ୍ଭ ହେବାର ସମ୍ଭାବନା ରହିଛି । ଏପ୍ରିଲ ୩ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ସୁଦ୍ଧା ସରିବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୫୬ଟି ମୂଲ୍ୟାୟନ କେନ୍ଦ୍ର ବଛାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଖାତାଦେଖା ହେବ । ନିର୍ଦ୍ଧାରିତ ସମୟରେ ମାଟ୍ରିକ ଖାତାଦେଖା ହେଉଥିବାରୁ, ଶୀଘ୍ର ଫଳାଫଳ ପ୍ରକାଶ ମଧ୍ୟ ହୋଇପାରେ । କୋଭିଡ ସମୟର ପରୀକ୍ଷା ଦ୍ବନ୍ଦ୍ବକୁ ସଫଳତାର ସହ ସାମ୍ନା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । କୋଭିଡ ପରବର୍ତ୍ତୀ ସମୟରେ ବି ପରୀକ୍ଷା ପରିଚାଳନାର ବଡ଼ ସଫଳତା ପାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୫ ସୁଦ୍ଧା ମୂଲ୍ୟାୟନ ସରିବାର ଅର୍ଥ ହେଉଛି, ଚଳିତମାସ ଶେଷ ସୁଦ୍ଧା ଫଳ ପ୍ରକାଶ । ପୂର୍ବରୁ ଜୁଲାଇ ଯାଏଁ ଫଳାଫଳ ପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ଏଥର ମାଧ୍ୟମିକ ଶିକ୍ଷା ବୋର୍ଡ ସହ ଆଲୋଚନା କରି ଶୀଘ୍ର ମାଟ୍ରିକ ଫଳ ପ୍ରକାଶ କରିବା ଦିଗରେ ସଙ୍କେତ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।
ଏପ୍ରିଲ ୩ରୁ ମାଟ୍ରିକ ଖାତାଦେଖା
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







