ତେଲକୋଇ : ବାଇକକୁ ଧକ୍କା ଦେଲା ଟ୍ରକ । ୩ ଜଣଙ୍କର ଚାଲିଗଲା ଜୀବନ । ଏନଏଚ ୪୯ର ଜଗମୋହନ ଛକରେ ଦୁର୍ଘଟଣା । ମୃତକମାନେ ଚାରକୋଟ ଥାନା ବାହାଡାପଶି ଗାଁର । ଜନସନପୁର ଟୋଲ ଗେଟ ନିକଟରୁ ଟ୍ରକ ଜବତ । ବାପା ଓ ମାଆବାଇକରେ ଝିଅକୁ ସ୍କୁଲକୁ ଛାଡିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅନେକ ଗାଡ଼ି ଅଟକି ରହିଛି। ପୋଲିସ ଘଟଣସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।
Views: 38