The Ultimate Managed Hosting Platform
ADVERTISEMENT

ଟ୍ରକ ଚାପାରେ ୩ ଶ୍ରମିକଙ୍କ ମୃତ

Facebook
Twitter
LinkedIn

ବରଗଡ : ମାଡିଗଲା ଟ୍ରକ , କାର୍ଯ୍ୟରତ ୩ ଶ୍ରମିକ ମୃତ । ସୋହେଲା ଥାନା ଲୁହୁରାଚଟି ନିକଟରେ ମାଡିଗଲା ଟ୍ରକ । ୩ ଜଣ ଶ୍ରମିକ ଏନଏଚ କାମରେ ନିୟୋଜିତ ଥିଲେ । କାମ କରୁଥିବା ବେଳେ ଟ୍ରକ ଚଢିଯାଇଥିବା ସୂଚନା । ଦୁର୍ଘଟଣା ନେଇ ଖବର ପାଇ ସୋହେଲା ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳକୁ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଛନ୍ତି। ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି। ମୃତ ବ୍ୟକ୍ତିମାନେ ହେଲେ ସୋହେଲା ସହରର ପାର୍ଥ ସାହୁ , ବନ୍ଦଳା ଗାଁର ବିକାଶ ଷଣ୍ଢ ,ଓ ଅନ୍ୟ ଜଣେ କଟକ ଅଞ୍ଚଳର ବୋଲି ଜଣାପଡିଛି । ଏହି ଘଟଣାକୁ ନେଇ ସୋହେଲା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login