ଭୁବନେଶ୍ୱର : ଗଜପତି ଜିଲ୍ଲାର ଖଜୁରୀ ଗୁଡ଼କୁ ଜିଆଇ ଟ୍ୟାଗ୍ ମିଳିଛି। ଭାରତ ସରକାରଙ୍କ ଚେନ୍ନାଇ ସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାର ପର୍ବତ ପାଦଦେଶରେ ବହୁଳ ମାତ୍ରାରେ ଖଜୁରି ଗଛ ଦେଖାଯାଏ। ସେଥି ମଧ୍ୟରୁ ସଉରା ଜାତିର ଜନଜାତିମାନେ ଖଜୁରୀ ଗୁଡ଼ ପ୍ରସ୍ତୁତ କରିଥାନ୍ତି। ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଂଘ (ଓଆର୍ଟିଏସ୍ଏସ୍) ଅଧିନରେ ହଜାର ହଜାର ଆଦିବାସୀ ଖଜୁରୀ ଗୁଡ଼ ଉତ୍ପାଦନରେ ନିୟୋଜିତ ହୋଇଛନ୍ତି।
Views: 131











