ଯାଜପୁର : ଟିପ୍ପର ଧକ୍କାରେ ବାଇକ ଆରୋହୀ ବାପାପୁଅ ମୃତ । ସଦର ଥାନା ବରୁହାଁ ଛକ ନିକଟରେ ବାଇକକୁ ଧକ୍କା ଦେଲା ଟିପ୍ପର । ଦୁର୍ଘଟଣାସ୍ଥଳରେ ବାପା ଓ ମେଡିକାଲରେ ପୁଅର ମୃତ୍ୟୁ । ମୃତକତ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗାଁର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା ହୋଇଥିବା ସୂଚନା । ସୂଚନା ଅନୁସାରେ ଉଭୟ ଗତକାଲି ବିଳମ୍ବିତ ରାତିରେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ବରୁହାଁ ଛକ ନିକଟରେ ଏକ ଟିପ୍ପର ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପୁଅର ମୃତ୍ୟୁ ହୋଇଥିଲା ।
Views: 86











