ଝାରସୁଗୁଡା : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି ।
୨୦ ତାରିଖ ଯାଏଁ ନାମାଙ୍କନପତ୍ର ଦାଖଲ
ଏପ୍ରିଲ ୨୧ରେ ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ
ଏପ୍ରିଲ ୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର
ମେ’ ୧୦ରେ ଭୋଟଗ୍ରହଣ
ମେ’ ୧୩ରେ ଭୋଟଗଣତି ହେବ
ଝାରସୁଗୁଡା ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ପୂର୍ବରୁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଛି । ବିଜେଡିରୁ ଦୀପାଳି ଦାସ, କଂଗ୍ରେସରୁ ତରୁଣ ପାଣ୍ଡେ ଓ ବିଜେପିରୁ ଟଙ୍କଧର ତ୍ରିପାଠୀଙ୍କୁ ଝାରସୁଗୁଡା ଉପ-ନିର୍ବାଚନରେ ଦେଖିବାକୁ ମିଳିବ । ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇବେ । ତେଣୁ ଏହି ଆସନ ହାତେଇବା ଲକ୍ଷ୍ୟରେ ରହିଛନ୍ତି ୩ ଦଳ ।
Views: 73