The Ultimate Managed Hosting Platform
ADVERTISEMENT

ଝାଡାବାନ୍ତିରେ ୪୦ରୁ ଅଧିକ ଆକ୍ରାନ୍ତ, ୧୫ ଜଣ ମେଡିକାଲରେ ଭର୍ତ୍ତି

Facebook
Twitter
LinkedIn

ଅନୁଗୁଳ : କଣିହାଁରେ ବ୍ୟାପୁଛି ଝାଡାବାନ୍ତି । ଝାଡା ବାନ୍ତିରେ ୪୦ ରୁ ଅଧିକ ଆକ୍ରାନ୍ତ ହୋଇଥିବାବେଳେ ୧୫ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ଅଛନ୍ତି । ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁରେ ୩ ଦିନ ହେବ ବ୍ୟାପିଛି ଝାଡା ବାନ୍ତି । ସୂଚନା ମୁତାବକ ୩ ଦିନ ହେବ ଜଣ ଜଣ କରି ଝାଡା ବାନ୍ତିରେ ଆକ୍ରାନ୍ତ ହୋଇ ପାଖାପାଖି ୪୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି । ଗାଁରେ ସ୍ୱାସ୍ଥ୍ୟକର୍ମୀମାନେ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହିତ ଙଜଝ , ଔଷଧ ଆଦି ବଣ୍ଟନ କରୁଛନ୍ତି । ଗୁରୁତର ରୋଗୀମାନଙ୍କୁ କଣିଁହା, ଖମାର ସମେତ ଅନ୍ୟ ସରକାରୀ ଓ ବେସରକାରୀ ମେଡିକାଲରେ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏହି ଝାଡା ବାନ୍ତି ବ୍ୟାପିଛି ତାହା ଅସ୍ପଷ୍ଟ ଥିବା ବେଳେ ଦୂଷିତ ପିଇବା ପାଣି କୁ ସିଧା ସଳଖ ଭାବେ ଦାୟୀ କରିଛନ୍ତି ଗ୍ରାମବାସୀ । ସେମାନଙ୍କ କହିବା କଥା ଜଳ ଯୋଗାଣ ପାଇଁ ଥିବା ଓଭର ହେଡ୍ ଟାଙ୍କି ଖୋଲା ମେଲା ହୋଇପଡିଛି । ଏଥି ସହିତ ବିଭିନ୍ନ ଜାଗାରେ ପାଇପ୍ ଫାଟି ସେଥିରେ ନର୍ଦ୍ଦମା ପାଣି ମଧ୍ୟ ପଶୁଛି, ଫଳରେ ଗାଁ ଲୋକଙ୍କୁ ଦୂଷିତ ପାଣି ପିଇବାକୁ ପଡୁଛି । ସେଥିପାଇଁ ଝାଡାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login