ରାୟଗଡା : ଘରର କବାଟ ତାଡି ଲୁଟି ନେଲେ ଦୁର୍ବୁତ୍ତ । ୧୦ ଲକ୍ଷ ଟଙ୍କା ସହ ୨୦ ଭରିର ସୁନା ଲୁଟ । ରାୟଗଡା ଟାଉନ ଥାନା ନିୟୁ କଲୋନୀର ପ୍ରଥମ ଗଳିରେ ରହୁଥିବା ବ୍ୟବସାୟୀ ସୁବ୍ରତ ପତିଙ୍କ ଘରୁ ଲୁଟ୍ ହୋଇଛି । ରାତିରେ ଶୋଇଥିବା ସମୟରେ ଘରର କବାଟ ଗ୍ରୀଲ୍ ଭାଙ୍ଗି ନଗଦ ୧୦ ଲକ୍ଷ ଟଙ୍କା ସହିତ ୨୦ ଭରି ସୁନା ଓ ୨ କେଜି ରୂପା ଲୁଟି ନେଲେ ଦୁବୃର୍ତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଛାନବିନ୍ ଆରମ୍ଭ କରିଛି । ରାୟଗଡା ଟାଉନ ଥାନା ପୋଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ତଦନ୍ତ କରିଛନ୍ତି । ରାୟଗଡ଼ାରେ ବାରମ୍ବାର ଏଭଳି ଲୁଟ୍ ଘଟଣା ସାମନାକୁ ଆସୁଥିବାରୁ ପୋଲିସ ଦୃଢ କାର୍ୟ୍ୟାନୁଷ୍ଠାନ କରିବାକୁ ଦାବି ହୋଇଛି ।
Views: 54











