
ଭୁବନେଶ୍ୱର : ବନ୍ୟଜନ୍ତୁ ତସ୍କରୀକୁ ଧରିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ବନ୍ୟଜନ୍ତୁ ତସ୍କରୀ । ମୟୁରଭଞ୍ଜ ଯଶୀପୁରରୁ ଅଭିଯୁକ୍ତ ନନ୍ଦ ବାଗେକୁ ଗିରଫ କରିଛି ଏସଟିଏଫ୍ । ଅଭିଯୁକ୍ତ ନନ୍ଦ ବାଗେ ନିକଟରୁ ୨ଟି ବାଘ ଦାନ୍ତ, ୨୯ଟି ବାଘ ନଖ, ସାଢ଼େ ୩ କିଲୋ ବଜ୍ରକାପ୍ତା କାତି ସହ ୪୬ଟି ଜୀବନ୍ତ ପକ୍ଷୀ ଜବତ ହୋଇଛି । ଏନେଇ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି ବନ୍ୟଜନ୍ତୁ ତସ୍କରୀ ଠାରୁ ଏସବୁ ଜବତ କରିଛି ।
Views: 256











