ନୂଆଦିଲ୍ଲୀ : ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ବର୍ତ୍ତମାନ ୟୁରୋପର ତିନି ଦେଶ ଗସ୍ତରେ ରହିଛନ୍ତି । ନେଦରଲାଣ୍ଡରେ ରହି ଆତଙ୍କବାଦୀ ବିରୁଦ୍ଧରେ ଭାରତର ଅପେରସନ ସିନ୍ଦୂର, ପାକିସ୍ତାନ ଏବଂ କଶ୍ମୀର ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଛନ୍ତି । ଆତଙ୍କବାଦ ବିରୋଧରେ କଡ଼ା ନୀତି ଗ୍ରହଣ କରିଛନ୍ତି । ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ, ଯଦି ଆତଙ୍କବାଦୀମାନେ ପାକିସ୍ତାନରେ ଅଛନ୍ତି, ତେବେ ଭାରତ ସେମାନଙ୍କୁ ସେଠାରେ ହିଁ ଟାର୍ଗେଟ୍ କରିବ । ଏକ ବୟାନରେ ଜୟଶଙ୍କର କହିଛନ୍ତି, ଆମେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ସହ୍ୟ କରିବୁ ନାହିଁ । ଯେଉଁମାନେ ଭାରତରେ ଆତଙ୍କ ସୃଷ୍ଟି କରୁଛନ୍ତି, ସେମାନଙ୍କୁ କୌଣସି ସ୍ଥାନରେ ଛଡ଼ାଯିବ ନାହିଁ । ଆତଙ୍କୀ ବିରୁଦ୍ଧରେ ସୈନ୍ୟ କାର୍ୟ୍ୟାନୁଷ୍ଠାନ ପାଇଁ ଭାରତ ପ୍ରଶଂସାଯୋଗ୍ୟ । ଅସ୍ତ୍ରବିରତି ଅସ୍ଥାୟୀ ସମାଧାନ । ପାକିସ୍ତାନ ସହିତ ସଂଘର୍ଷର ସ୍ଥାୟୀ ଏବଂ ସଠିକ୍ ସମାଧାନ ରାସ୍ତା ଦରକାର । ଆମେ ଆତଙ୍କବାଦୀକୁ ଶେଷ କରିବାକୁ ଚାହୁଁଛୁ ।
Views: 54