ଭୁବନେଶ୍ୱର : ନୂଆବର୍ଷ ପାଇଁ ସବୁଠି ଜୋରଦାର ପ୍ରସ୍ତୁତି । ନୂଆବର୍ଷକୁ ଆହୁରି ରଙ୍ଗୀନ କରେ ଜିରୋ ନାଇଟ ସେଲିବ୍ରେସନ । ବିଭିନ୍ନ ହୋଟେଲ, ସଂସ୍ଥା ପକ୍ଷରୁ ଏହି ଜିରୋ ନାଇଟ୍ ଆୟୋଜନ କରାଯାଇଥାଏ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଭୋଜି ଭାତ, ନାଚ ଗୀତର ଆସର ଜମିଥାଏ । ତେବେ ସେଲିବ୍ରେସନ୍ ବେଳେ ଯେପରି କୌଣସି ଅପରାଧ ନଘଟେ ତା’ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଜିରୋ ନାଇଟ ପାଇଁ ଦିଆଯିବ ନାହିଁ କୌଣସି ଅସ୍ଥାୟୀ ଲାଇସେନ୍ସ । ଚୋରା ମଦ ବିକ୍ରି କଲେ ସରକାର ନେବେ କଠୋର କାର୍ୟ୍ୟାନୁଷ୍ଠାନ । ଜିରୋ ନାଇଟ ସେଲିବ୍ରେସନର ଆଳ ଦେଖାଇ କେହି ଚୋରା ମଦ ବିକ୍ରି କରିପାରିବେ ନାହିଁ । ଆଗାମୀ ଜାନୁଆରୀ ଶେଷ ପର୍ୟ୍ୟନ୍ତ କଡ଼ା ଚେକିଂ ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।
Views: 50