କଟକ : ଆସନ୍ତା ୨୬ ଜାନୁଆରୀରୁ ଉପର ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହେବ ତୃତୀୟ ବାରବାଟି ଶିଶିର ମେଳା । ୧୧ ଦିନ ଧରି ଚାଲିବ ମେଳା । ଏଥିରେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ହସ୍ତତନ୍ତ୍ର, ହସ୍ତଶିଳ୍ପ କାରିଗର ଏବଂ ଏସଏସ୍ ଟି ଗ୍ରୁପ୍ ଗୁଡିକ ଯୋଗଦେବେ । କାରିଗରମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନ ଓ ବିକ୍ରୟ କରାଯିବ ।ଅନ୍ୟପଟେ ବିଗତ ଦୁଇ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ଯୁବ ପ୍ରତିଭାମାନଙ୍କର ଆକର୍ଷଣୀୟ ସାଂସ୍କୃତିକ କାର୍ୟ୍ୟକ୍ରମ ମେଳା ମଞ୍ଚରେ ଦେଖିବାକୁ ମିଳିବ ।
Views: 31