ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଶୀତ । ୧୦ ଡିଗ୍ରୀ ତଳେ ୧୪ ସହର । ୫ ଡିଗ୍ରୀ ସହ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ଠାରେ ତିନି ଦିନରେ ୩ ଦଶମିକ ୫ ଡିଗ୍ରୀ ପାରଦ ଖସିଛି । ଜି. ଉଦୟଗିରିରେ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଫୁଲବାଣୀରେ ୭ ଡିଗ୍ରୀ ଓ ଦାରିଙ୍ଗବାଡିରେ ତାପମାତ୍ରା ରହଛି ୮ ଦଶମିକ ୫ ଡିଗ୍ରୀ । ଟ୍ୱିନ୍ସିଟିରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି । କଟକରେ ୧୨, ଭୁବନେଶ୍ୱରରେ ୧୪କୁ ଖସିଛି ରାତି ତାପମାତ୍ରା । ଥଣ୍ଡା ସହ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡି ଦୃଶ୍ୟମାନ ହେଉଛି । ଆଜିଠାରୁ ତାପମାତ୍ରା ବଢିବ ଓ ଶୀତ କମିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।
Views: 52