ଭୁବନେଶ୍ୱର : ଭୁବନେଶ୍ୱର ଜାଗମରା ସ୍ଥିତ ଘରୋଇ କଲେଜରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ କିଛି ଛାତ୍ର ଆହତ ହୋଇଥିବା ସୂଚନା । ନିଆଁ କିପରି ଲାଗିଲା ସ୍ପଷ୍ଟ ହୋଇନି , ଆମ୍ବୁଲାନ୍ସରେ ଆହତଙ୍କୁ ଉଦ୍ଧାର ଜାରି । ୫୦ ରୁ ୬୦ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯାଉଛି । ଇଉ କମ୍ପ୍ରେସରରୁ ଅଡିୟୋରିୟମରେ ନିଆଁ ଲାଗିଥିବା ସୂଚନା ମିଳିଛି । ସେହି ସମୟରେ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଅଗ୍ନିଶମର ୩ଟି ଗାଡି ନିଆଁ ଲିଭା କାର୍ୟ୍ୟରେ ନିୟୋଜିତ ଥିଲେ ।
Views: 41











