ନୂଆଦିଲ୍ଲୀ : ଦେଶର ୨୬ ତମ ଜଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଦିନେଶ କେ, ତ୍ରିପାଠୀ । ହରି କୁମାରଙ୍କ ଅବସରରେ ପରେ ଦିନେଶ କେ,ତ୍ରିପାଠୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି । ଆଡମିରାଲ ଦିନେଶ କେ. ତ୍ରିପାଠୀ ଏହା ପୂର୍ବରୁ ଭାରତୀୟ ନୌସେନାର ଉପ-ପ୍ରମୁଖ ଭାବେ ଦାୟିତ୍ୱ ସମ୍ଭାଳୁଥିଲେ । ପଦଭାର ସମ୍ଭାଳିବା ପୂର୍ବରୁ ଆଡମିରାଲ ଦିନେଶ ତ୍ରିପାଠୀ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟକୁ ଯାଇ ସହିଦମାନଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ଦିଲ୍ଲୀର ସାଉଥ୍ ବ୍ଲକ ତରଫରୁ ମଧ୍ୟ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।
Views: 101