ଜମ୍ମୁ-କାଶ୍ମୀର: ଜାମୁ ଓ କାଶ୍ମୀରରେ ଡବଲ ଏନକାଉଣ୍ଟର । ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିପାତ । କୁପୱାଡା ଜିଲ୍ଲା ମାଛିଲ ସେକ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ତଙ୍ଗଧାର ସେକ୍ଟରରେ ଜଣେ ମରିଛି । ଅପରେସନ ଜାମ୍ମୁ ଓ କାଶ୍ମୀର ପୋଲିସ ଏବଂ ସେନାର ଯବାନଙ୍କୁ ନେଇ ଆରମ୍ଭ ହୋଇଥିଲା ମିଳିତ ଅପରେସନ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଅଭିଯାନ ଆରମ୍ଭ କରିଥିଲା ମିଳିତ ଟିମ । ଗତକାଲି ରାତିରୁ ଚାଲିଛି ଏହି ଅପରେସନ । କୁପୱାଡା ଜିଲ୍ଲାର ମାଛିଲ ଅଂଚଳରେ ଅନୁପ୍ରବେଶ କରିବାକୁ ଉଦ୍ୟମ ବେଳେ ଗୁଳିମାଡ଼ରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ସେନାର ଶ୍ରୀନଗର କର୍ପସ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି । ସେହିଭଳି ତଙ୍ଗଧାର ସେକ୍ଟରରେ ମଧ୍ୟ କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ସଫା ହୋଇଛି । ଆହୁରି କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ମିଳିତ ଟିମ ପକ୍ଷରୁ କମ୍ବିଂ ଅପରେସନ ଚାଲିଛି । ରଜୌରୀ ଜିଲ୍ଲା ଲାଠି ଅଞ୍ଚଳରେ ମଧ୍ୟ ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ସେନାର ଏହି ।
ଜମ୍ମୁ-କାଶ୍ମୀରରେ ଡବଲ ଏନକାଉଣ୍ଟର, ୩ ଆତଙ୍କୀ ନିପାତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











